ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ କଳାକାର ତଥା ସିନେ ନିର୍ଦ୍ଦେଶକ ଅଜିତ ଦାସ ଆଉ ଆମ ଗହଣରେ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଅଜିତ ଦାସଙ୍କ ମୃତ୍ୟୁ ନେଇ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। ସେ ହେଉଛନ୍ତି ଓଡ଼ିଆ ସିନେ ଜଗତର ଭେଟରନ ଅଭିନେତା। ମଞ୍ଚ ଅଭିନେତା ସହିତ ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ।
ସେ ଜୀବନ କାଳ ମଧ୍ୟରେ ୬୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିଲେ। ଏନଏସଡିରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ। ସେ ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ରେ ଖଳନାୟକ ଭୂମିକାରେ ଡେବ୍ୟୁ କରିଥିଲେ। ପରେ ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ‘ହାକିମ ବାବୁ’, ‘ମା’, ‘ତୁଣ୍ଡବାଇଦ’ ଆଦିରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।