କଳାହାଣ୍ଡିରେ ଲକଡାଉନ ସମୟର ଦୃଶ୍ୟ

ଭବାନୀପାଟଣା,ଏନ୍ଏନ୍ଏସ୍: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଗତ କାଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୨୧ ଦିନ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଥିଲା। ଏ ନେଇ ଆଜି ସକାଳୁ ଦୋକାନ ବଜାର ସବୁ ବନ୍ଦ ରହିଥିବା ବେଳେ ଅତି ଆବଶ୍ୟକୀୟ ସେବା ଉପଲବ୍ଧ ରହିବ ବୋଲି କୁହାଯାଇଛି। ଏଥିରେ ମେଡିକାଲ ସେବା, ରାସନ ଦୋକାନ, ଫଳ ଦୋକାନ, ଅଣ୍ଡା, କ୍ଷୀର, ପନିପରିବା ଦୋକାନ ଆଦିକୁ ବାଦ ଦିଆଯାଇଛି।

ଏ ନେଇ କଳାହାଣ୍ଡି ପୁଲିସ ପକ୍ଷରୁ ଭବାନୀପାଟଣା ସହରର ସମସ୍ତ ଛକମାନଙ୍କରେ ପୁଲିସ ମୁତୟନ ରହି ଜନସାଧାରଣ ଘରୁ ନବାହାରିବା ପାଇଁ ସଚେତନ କରାଉଥିବା ସହ ଜରୁରୀ କାମ ନଥିଲେ ଘରୁ ପଦାକୁ ନ ବାହାରିବାକୁ ବାରଣ କରିଛନ୍ତି। ତେବେ ଏହାକୁ ଅନେକ ଲୋକ ମାନୁଥିବା ବେଳେ କେତେକ ଏହାର ଅବମାନନା କରୁଛନ୍ତି। ଏ ନେଇ ପୁଲିସ ପ୍ରଶାସନ ପକ୍ଷରୁ ନିୟମକୁ କଡ଼ାକଡ଼ି କରାଯାଇ ବିନା କାରଣରେ ଆସୁଥିବା ଲୋକମାନଙ୍କୁ ଘଉଡାଇ ଦେଉଛନ୍ତି।