କୋରାପୁଟ ଜିଲ୍ଲାରେ ଆଜି ଏକ ଅଦ୍ଭୁଦ ଶିଶୁ କନ୍ୟାର ଜନ୍ମ: ୩୦ ମିନିଟ ପରେ ମୃତ୍ୟୁ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ଆଜି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି। ସ୍ଥାନୀୟ ହରିଜନ ସାହିରେ ଜନ୍ମ।ବୁଟୁ ଗରଡ଼ାଙ୍କ ସ୍ତ୍ରୀ ତାରିଣୀ ଗରଡ଼ା ଆଜି ସକାଳ ପ୍ରାୟ ଆଠଟା ସମୟରେ ଏକ ଶିଶୁକୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର କନ୍ୟାଟିର ଆଖି ଓ ନାକ ନ ଥିବା ବେଳେ ହାତ ଓ ଗୋଡ଼ରେ ଛଅ ଟି ଆଙ୍ଗୁଠି ଥିଲା। ତେବେ ଜନ୍ମ ହେବାର ପ୍ରାୟ ୩୦ ମିନିଟ ପରେ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଥିଲା। ଏହା ଦେଖିବା ପାଇଁ ଡାକ୍ତରଖାନାରେ ପ୍ରବଳ ଭିଡ ଜମିଥିଲା।