ସ୍କୁଟି ଉପରେ ଚଢ଼ିଗଲା ଆଇରନ୍ ବୋଝେଇ ଟ୍ରକ

ପାଟଣା,ଏନ୍ଏନ୍ଏସ୍: ସ୍କୁଟି ଉପରେ ଆଇରନ୍ ବୋଝେଇ ଟ୍ରକ ଚଢ଼ିବାରୁ ଜଣେ ଗୁରୁତର। ଗୁରୁତର ହୋଇଥିବା ସ୍କୁଟି ଆରୋହୀ ଜଣକ ହେଲେ ବାରିଆ ଥାନା ଭୁଇଁପୁର ଗ୍ରାମର ଜଗନ୍ନାଥ ମହାନ୍ତ। ମିଳିଥିବା ରିପୋର୍ଟ ମୁତାବିକ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଆଇରନ୍ ବୋଝେଇ ଟ୍ରକ କେନ୍ଦୁଝର ପଟୁ ଯଶିପୁର ଆଡ଼କୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ଉପରେ ଚଢ଼ି ଯାଇଥିଲା। ଫଳରେ ସ୍କୁଟି ଆରୋହୀ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଗୁରୁତର ବାଇକ ଆରୋହୀଙ୍କୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରି ତଦନ୍ତ ଚଲାଇଛି।