ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଧୀନରେ ବାଲି ମାଫିଆ ସକ୍ରିୟ ଥିବାବେଳେ ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ହେଲେ ପାଟଣା ତହସିଲଦାର ବଡ଼ ବଡ଼ିଆଙ୍କୁ ଛାଡି ଟ୍ରାକ୍ଟର ପଛରେ ପଡି ଫାଇନ ଆଦାୟରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି। ଆଜି ପାଟଣା ତହସିଲ ଅନ୍ତର୍ଗତ ନୂଆପଡା ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ତହସିଲଦାର ଚଢ଼ଉ କରି ଗୋଟିଏ ଟ୍ରାକ୍ଟରକୁ ଜବତ କରିବାସହିତ ୨୦ ହଜାର ଏକଶହ କୋଡିଏ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଚଢ଼ଉରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ, ରମାକାନ୍ତ ମହାନ୍ତ, ସୁପରଭାଇଜର ବନମାଳୀ ନାଏକ, ପାଟଣା ଆର ଆଇ ମଳୟ କୁମାର ସାହୁ, ଆମଲା ରମା ରମଣ ସେଠୀ ସାମିଲ ଥିଲେ।