କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସ ଭବନରେ ବାଉନସର ପଶିବା ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତିନି ଜଣିଆ କମିଟି ଗଠନ କରାଯାଇଛି। ତେବେ ଏହି ଘଟଣାର ତୁରନ୍ତ ରିପୋର୍ଟ ଦେବାପାଇଁ ପିସିସି ତରଫରୁ କୁହାଯାଇଛି। ରାଜ୍ୟସଭା ସାଂସଦ ରନଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ, ନିଶିକାନ୍ତ ମିଶ୍ର ରହିଛନ୍ତି।

ସୂଚନା ଅନୁସାରେ ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କିଛି ନେତା କର୍ମୀ ବାହାରେ ଧାରଣା ଦେଇଥିଲେ। ଏପରିକି ପିସିସି ସଭାପତିଙ୍କୁ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଏହି ସମୟରେ କଂଗ୍ରେସ ଭବନରେ କିଛି ବାଉନସରଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଧାରଣା ଦେଉଥିବା କର୍ମୀଙ୍କୁ  କାର୍ଯ୍ୟାଳୟରୁ ତଡି ଦେଇଥିଲେ।
ଏପରିକି
 ରାଜ୍ୟ ରାଜନୀତି କରିଡରେ କଂଗ୍ରେସ ଭବନର ବାଉନସର ପଶିବା ଏକ ନିନ୍ଦନୀୟ ବୋଲି ଦଳୀୟ କର୍ମୀମାନେ କହିଛନ୍ତି। ତେଣୁ କାହିଁକି ଏବଂ କେଉଁ ପରିସ୍ଥିତିରେ ବାଉନ୍ସର କଂଗ୍ରେସ ଭବନକୁ ପଶିଲେ ତାହାର ସତ୍ୟାସତ୍ୟ ଅନୁଧ୍ୟାନ କରିବେ ପିସିସିର ୩ ଜଣିଆ କମିଟି।