କେରଳ,ଏଜେନ୍ସି: କେରଳରୁ ଆଜି ଓଡିଶା ଆସିବ ଏକ ସ୍ୱତନ୍ତ୍ର ଟ୍ରେନ୍। ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ। କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଷ୍ଟେସନରୁ ଆଜି ସଂନ୍ଧ୍ୟା ୬ଟାରେ ଛାଡିବ ସ୍ୱତନ୍ତ୍ର ଟ୍ରେନ। ପ୍ରାୟ ୧୨ ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ।
ତାଲାବନ୍ଦ କଟକଣା ଲାଗୁ ହେବା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରେ ଫଶି ରହିଛନ୍ତି ଓଡିଆ। ତେବେ ବାହାରେ ଫଶି ରହିଥିବା ଏହି ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତକାଲି ପାଖାପାଖି ୧୮ଟି ବସରେ ସୁରତରୁ ତଥା ବିଭିନ୍ନ ସ୍ଥାନରୁ ପ୍ରବାସୀ ଓଡିଆଙ୍କୁ ଅଣାଯାଇଛି । କିନ୍ତୁ ଏହାରି ଭିତରେ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି।
ଯେଉଁଥିରେ କେରଳରେ ଯେଉଁ ଓଡିଆ ଲୋକ ତାଲାବନ୍ଦ ଯୋଗୁଁ ଫସି ରହିଛନ୍ତି ସେମାନଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ଏବଂ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କୁ କେରଳରୁ ଓଡିଶା ଅଣାଯିବ। ଏନେଇ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଶ ଜାରି ରହିଥିବା ସୂଚନା ମିଳିଛି। ବିଶେଷ କରି କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଷ୍ଟେସନରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ ଆସିବ ଏବଂ ଏହି ଟ୍ରେନ ଆଜି ସଂଧ୍ୟା ୬ଟାରେ ଛାଡିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏହି ଟ୍ରେନରେ ୧୦୦୦ରୁ ୧୨ ଶହ ଯାତ୍ରୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି।