ଆଜି ବସୁଛି ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ, ଛୁଟି ଦିନରେ ହେବ ମାମଲାର ଶୁଣାଣି

କଟକ,ଏନ୍ଏନ୍ଏସ୍: ଆଜି ବସୁଛି ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ। ଆଜି ଛୁଟି ଦିନରେ ମାମଲାର ଶୁଣାଣି ହେବ। ମାମଲା ଶୁଣାଣି ପ୍ରକ୍ରିୟା ତ୍ୱରାନ୍ଵିତ କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ସ୍ୱତନ୍ତ୍ର ଖଣ୍ଡପୀଠରେ ବିଶେଷ କରି ଜେଲ କ୍ରିମିନାଲ ଅପିଲ ଗୁଡିକର ଶୁଣାଣି କରାଯିବ।

ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଜେଲରେ ରହିଥିବା ଅଭିଯୁକ୍ତଙ୍କ ସମ୍ପର୍କିତ ଆବେଦନର ଶୁଣାଣି ପାଇଁ ଏପରି ପଦକ୍ଷେପ ନିଆଯାଇଛି। ତେବେ ୩ବର୍ଷ ତଳେ ହାଇକୋର୍ଟରେ ଶନିବାର ଦିନ ଏଭଳି ସ୍ୱତନ୍ତ୍ର ଖଣ୍ଡପୀଠ ବସି ମାମଲାର ଶୁଣାଣି ହୋଇଥିଲା।