ପୁରୀ,ଏନ୍ଏନ୍ଏସ୍: ସାରା ବିଶ୍ୱରେ କୋରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଆଜି ଆନ୍ତର୍ଜାତିକ ଯୋଗଦିବସ ଡିଜିଟାଲ ମାଧ୍ୟମରେ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳାକୃତି ମାଧ୍ୟମରେ ଯୋଗ ବାର୍ତ୍ତା ଦେଇଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକ ପୁରୀ ବେଳାଭୂମୀରେ ଏକ ବାଲୁକା କଳାକୃତି ପ୍ରସ୍ତୁତ କରି ରାଜ୍ୟବାସୀଙ୍କୁ ଚଳିତ ବର୍ଷ ଘରେ ରହି ଯୋଗ କରିବା ଓ ପରିବାର ସହ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି।
ପ୍ରଥମ ଥର ପାଇଁ ସାରା ବିଶ୍ୱରେ ୨୦୧୫ ମସିହା ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା, କିନ୍ତୁ କରୋନା ଭୂତାଣୁ ସଂକ୍ରମଣ କାରଣୁ ଏହା ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ପାଳନ କରାଯାଇଛି। ୨୦୧୪ ଡିସେମ୍ବର ୧୧ରେ ଜାତିସଂଘ ସାଧାରଣ ସଭାରେ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ସର୍ବସମ୍ମତି ଭାବେ ନିଷ୍ପତ୍ତି ଗ୍ରହଣ କରିଥିଲା।