ଦେଶରେ ଦିନକରେ ରେକର୍ଡସଂଖ୍ୟକ ୩୬ଲକ୍ଷ ଲୋକଙ୍କୁ ଲାଗିଲା ଟିକା

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ଗତ ୨୪ ଘଣ୍ଟାରେ ୩୬ଲକ୍ଷ ୭୧ହଜାର  ୨୪୨ ଜଣ କରୋନା ଟିକା ଲଗାଇଛନ୍ତି। ଦେଶରେ ଏପ୍ରିଲ ୧ ସୁଦ୍ଧା ୬ କୋଟି ୮୭ଲକ୍ଷ ୮୯ହଜାର ୧୩୮ଜଣଙ୍କୁ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବଢ଼ୁଥିବା ସଂକ୍ରମଣ ଯୋଗୁ ଏବେ ସବୁଦିନ ଟିକା ଲଗାଯିବ। ଏଥିସହିତ ଏପ୍ରିଲରେ ସରକାରୀ ଛୁଟି ଦିନରେ ମଧ୍ୟ ସରକାରୀ ଓ ଘରୋଇ ଟିକାକେନ୍ଦ୍ରରେ ଟିକା  ଲଗାଯିବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଗତ ୨୪ ଘଣ୍ଟାରେ ୮୧ହଜାର ୪୬୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୪୬୯ ଜଣଙ୍କର ମୃତ୍ୟୁ ଘଟିଛି।  ଫଳରେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨୩ଲକ୍ଷ ୩ହଜାର ୧୩୧ରେ ପହଂଚିଥିବାବେଳେ ୧ଲକ୍ଷ ୬୩ହଜାର ୩୯୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୧ କୋଟି ୧୫ଲକ୍ଷ ୨୫ହଜାର ୩୯ଜଣ ସୁସ୍ଥ ହୋଇଛନ୍ତି ଓ ୬ଲକ୍ଷ ୧୪ହଜାର ୬୯୬ ଜଣଙ୍କର ମୃତ୍ୟୁ ଘଟିଛି।