ଧୂପ କମ୍ପାନୀ ମାଲିକଙ୍କ ଉପରେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାର ଏକ ଧୂପକାଠି କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ କମ୍ପାନୀର ମାଲିକ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଦିନେ କାରଖାନାରେ କେହି ନ ଥିବା ସୁଯୋଗ ନେଇ ମାଲିକ ଜଣଙ୍କ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିଥିଲେ। ସେ ଏହାର ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରି ଦେଇଥିଲେ। ପରେ ଏହାକୁ ପ୍ରଘଟ କରାଇ ଦେବାର ଭୟ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହା ଅସହ୍ୟ ହେବାରୁ ମହିଳା ଜଣଙ୍କ ରଘୁନାଥପାଲ୍ଲୀ ଥାନାରେ ଗତକାଲି ରାତିରେ ଅଭିଯୋଗ କରିଛନ୍ତି। ଏ ନେଇପୁଲିସ ଦୁଷ୍କର୍ମ, ବ୍ଲାକ୍‌ମେଲିଂ ଏବଂ ଆଇଟି ଆକ୍ଟ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିରେ କମ୍ପାନୀ ମାଲିକ ଫେରାର ଥିବା ଜଣାପଡ଼ିଛି।