ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫର ଜଣେ କର୍ମଚାରୀ କରୋନା ପଜିଟିଭ୍

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରୁ ବାତ୍ୟା ଆମ୍ଫାନ ପରେ ପୁନରୁଦ୍ଧାର କାର୍ୟ୍ୟ ସାରି ଫେରିଥିବା ଏନଡିଆରଏଫର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉକ୍ତ ଏନଡିଆରଏଫ କର୍ମଚାରୀଙ୍କୁ ଏବେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବାତ୍ୟା ଅମ୍ଫାନ ପରେ ପୁନରୁଦ୍ଧାର କାର୍ଯ୍ୟ ସାରି ଗତକାଲି ୧୭୨ ଜଣ ଏନଡିଆରଏଫ କର୍ମଚାରୀ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ୫ ଜଣଙ୍କ ସ୍ଵାବ୍ ସଂଗ୍ରହ କରାଯାଇଥିଲା। ଫଳରେ ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜେଟିଭ ଆସିବା ପରେ ପଶ୍ଚିମବଙ୍ଗ ଫେରନ୍ତା ସମସ୍ତ ୧୭୨ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।