ଦନ୍ତେୱାଡା,ଏନ୍ଏନ୍ଏସ୍: ପୁଲିସ ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ପଡୋଶୀ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା କାଟେକଲ୍ୟାଣ ଅଞ୍ଚଳର ତୁମାକପାଳ ଗାଁ ନିକଟ ଜଙ୍ଗଲରେ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ନକ୍ସଲର ମୃତ୍ୟୁ ନେଇ ବସ୍ତର ଆଇଜି ସୁନ୍ଦରରାଜ ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ରିଜର୍ଭ ପୁଲିସ ପକ୍ଷରୁ ଏନକାଉଣ୍ଟରରେ ୩ ଲକ୍ଷ ଟଙ୍କା ଘୋଷିତ ନକ୍ସଲକୁ ନିହତ କରାଯାଇଛି। ଘଟଣାସ୍ଥଳରୁ ନକ୍ସଲ ପୋଷାକ ଜବତ କରାଯାଇଛି।
ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲମାନେ ପୁଲିସ ଶିବିର ଉପରେ ଗୁଳିମାଡ଼ କରିଛନ୍ତି । ଶିବିରରେ ଥିବା ଯବାନମାନେ ମଧ୍ୟ ଏହାର କଡାଜବାବ ଦେଇଛନ୍ତି। ଏହି ଏନକାଉଣ୍ଟରରେ ଏସଟିଏଫର ଜଣେ ଯବାନ ଆହତ ହୋଇଛନ୍ତି। ସେ ସାମାନ୍ୟ ଆଘତ ପାଇଛନ୍ତି। କିନ୍ତୁ ତାଙ୍କର ସ୍ଥିତି ଭଲ ଅଛି। ଅନ୍ୟପଟରେ ନକ୍ସଲଙ୍କ ଶରୀରରେ ଗୁଳି ବାଜିଥିବା ଖବର ଅଛି। କିଷ୍ଟାରାମ ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।