ନାବାଳିକାକୁ ଦୁଷ୍କର୍ମ, ନାବାଳକ କୋର୍ଟଚାଲାଣ

ବାଲିଗୁଡ଼ା,ଏନ୍ଏନ୍ଏସ୍: ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଚାରିବର୍ଷ ବୟସର ଶିଶୁକନ୍ୟା ଘର ବାହାରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳକ ସେହି ସ୍ଥାନରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଡାକ୍ତରି ମାଇନା କରାଯାଇଥିବବେଳେ ଅଭିଯୁକ୍ତ ନାବାଳକକୁ ଫୁଲବାଣୀ ଜୁଭେନାଲ କୋର୍ଟରେ ହାଜର କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।