ଏସଆଇଙ୍କ ବଦଳି ବାତିଲ ଦାବିରେ ବଣିକ ସଂଙ୍ଘର ଏସପିଙ୍କୁ ଦାବିପତ୍ର

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ଥାନାରେ କାର୍ଯ୍ୟରତ ଏସଆଇ ବିଭୂତି ଭୂଷଣ ମୁଦୁଲିଙ୍କ ବଦଳି ବାତିଲ ଦାବିରେ ଫିରିଙ୍ଗିଆ ବଣିକ ସଂଙ୍ଘ ତରଫରୁ ଗୁରୁବାର ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ଜରିଆରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗତ ବର୍ଷେ ହେଲା ଏହି କାର୍ଯ୍ୟରେ ସେ ଯୋଗଦେଇଥିବା ବେଳେ ଥାନା ଅଧିକାରୀଙ୍କ ଉଦ୍ୟମ ଓ ଏସ୍ଆଇ ଶ୍ରୀ ମୁଦୁଲିଙ୍କ ସହଯୋଗ ଫଳରେ ଫିରିଙ୍ଗିଆ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଜନ ସାଧାରଣଙ୍କୁ ସହଯୋଗ କରିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ଅନ୍ୟପଟେ ଗତ କିଛିମାସ ହେଲା ଚାଲିଥିବା କରୋନା କଟକଣା ପାଇଁ ଅଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ସହ ସମାଜିକ ଦୂରତା ବଜାୟ ରଖିବା ଉପରେ ଲେକାଙ୍କୁ ସଚେତନ କରି ନିଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛନ୍ତି।

କୋରେନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଅଞ୍ଚଳର ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରିଚାଲିଥିବା ଏହି କୋରେନା ଯୋଦ୍ଧାଙ୍କ ବଦଳି ବାତିଲ ଦାବି କରି ଫିରିଙ୍ଗିଆ ବଣିକ ସଂଘ ଥାନାକୁ ଯାଇ ଥାନା ଅଧିକାରୀଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି।