ଶ୍ରୀମନ୍ଦିର ଭିତରେ ଭିଡ଼ିଓ କରିବା ମହଙ୍ଗା ପଡ଼ିଲା, ଥାନାରେ ଯୁବତୀ ଅଟକ

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ଭିତରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପ୍ରସାର କରିଥିବା ଯୁବତୀଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁସାରେ ନିମାପଡ଼ାର ଯୁବତୀ ଏହି ଭିଡିଓ କରିଥିବା ଜଣାପଡ଼ିଛି। ଏ ନେଇ ବୁଧବାର ଉକ୍ତ ଯୁବତୀଙ୍କୁ ନିମାପଡ଼ାରୁ ଥାନାକୁ ଅଣାଯାଇଥିଲା। ତେବେ ସମ୍ପୃକ୍ତ ଯୁବତୀଙ୍କୁ ପୁଲିସ ଅଟକରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ଗତକିଛିଦିନ ତଳେ ଶ୍ରୀମନ୍ଦିର ଭୋଗ ମଣ୍ଡପ ଓ ଆନନ୍ଦବଜାର ଦୃଶ୍ୟ ଟକଟକରେ ଭିଡିଓ କରି ଛାଡ଼ିଥିଲେ ଉକ୍ତ ଯୁବତୀ ଜଣଙ୍କ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏତେ କଡ଼ା ସୁରକ୍ଷା ଭିତରେ କିପରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।