ଝାରସୁଗୁଡ଼ା, ଏନ୍ଏନ୍ଏସ୍: ବନହରପାଲି ଥାନା ଅନ୍ତର୍ଗତ କିରାରମା ଗ୍ରାମର ଜଣେ ଯୁବକ ସ୍ଥାନୀୟ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ହେଲେ ରୁଦ୍ର ପଧାନଙ୍କ ପୁଅ ଯଦୁମଣୀ ପ୍ରଧାନ(୨୩) । ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ସଂଧ୍ୟାରେ ଯଦୁମଣି ତାଙ୍କ ଘର ନିକଟସ୍ଥ ପୋଖରୀକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜାଖୋଜି ପରେ ଯଦୁମଣି ପୋଖରୀରେ ଭାସୁଥିବାର ଦେଖି ଗ୍ରାମବାସୀମାନେ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତୁରନ୍ତ ଯାଇ ଯଦୁମଣିଙ୍କୁ ପାଣିରୁ ଉଦ୍ଧାର କରିବା ସହ ଗୁମାଡ଼େରା ସ୍ଥିତ ଟିଆରଏଲ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଟିଆରଏଲ ଡାକ୍ତରଖାନାକୁ ଯାଇ ମୃତ ଯଦୁମଣିଙ୍କ ଶବ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।