ଅଧା ରହିଗଲା କୁମାର ପୂର୍ଣ୍ଣିମା, ପୁଷ୍ପାଞ୍ଜଳି ଦେଲାବେଳେ ଆସିଲା ମୃତ୍ୟୁ

ନୟାଗଡ଼, ଏନଏନଏସ: କୁମାର ପୂର୍ଣ୍ଣିମାରେ ଅଘଟଣ । ପୁଷ୍ପାଞ୍ଜଳି ଦେଲାବେଳେ ମୃତ୍ୟୁବରଣ କଲେ କୁଆଁରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳା ପଞ୍ଚାୟତର ରମାବିଲ ଗାଁ ରେ । ଏହି ଗାଁର ଦେବରାଜ ସାହୁଙ୍କ ବଡ଼ ଝିଅ ମିଲି ସାହୁ ଗାଁ ଦାଣ୍ଡରେ ଥିବା ବୃନ୍ଦାବତୀଙ୍କ ପୀଠରେ ପୂଜା ବେଳେ ପୁଷ୍ପାଞ୍ଜଳି ଦେଉଥିଲେ । ତେବେ ଏହି ସମୟ ରେ ହଠାତ ସେ ବେହୋସ ହୋଇଯାଇଥିଲେ ।

ପରିବାର ଲୋକେ ତାଙ୍କୁ ନିକଟସ୍ଥ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।