ସମୁଦ୍ର ମଝିରେ କାଗ୍ରୋ ସିପ୍‌ରେ ଲାଗିଲା ନିଆଁ, ଆଟଲାଣ୍ଟିକ୍ ମହାସାଗରେ ବୁଡିଗଲା ୩ ହଜାରରୁ ଊର୍ଦ୍ଧ୍ୱ ବିଳାସପୂର୍ଣ୍ଣ କାର

ନୂଆଦିଲ୍ଲୀ,ଏଜେନ୍ସି: ଆଟଲାଣ୍ଟିକ୍ ମହାସାଗରେ ଏକ କାଗ୍ରୋ ସିପ୍‌ରେ ଲାଗିଲା ନିଆଁ। ସମୁଦ୍ର ମଝିରେ କାର ଭର୍ତ୍ତି ଏହି ସିପ୍‌ରେ ନିଆଁ ଲାଗିବା ପରେ ଅକାତକାତ ପାଣିରେ ବୁଡିଗଲା ୩ ହଜାରରୁ ଊର୍ଦ୍ଧ୍ୱ ବିଳାସପୂର୍ଣ୍ଣ କାର।

ସୂଚନା ଅନୂଯାଇ ବୁଧବାର ଅପରାହ୍ନରେ ଜାପାନରୁ ଏକ କାର ବୋଝେଇ କାଗ୍ରୋ ସିପ୍ ଆଟଲାଣ୍ଟିକ୍ ମହାସାଗରେ ମଧ୍ୟରେ ଯାତ୍ରା କରୁଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଏହାପରେ ଏହି ଜାହାଜରେ ଥିବା ପ୍ରାୟ ୩୯୫୬ ଟି ଦାମୀ କାର ସମୁଦ୍ରରେ ବୁଡି ଯାଇଥିଲା।

ଏହି ଦୂର୍ଘଟଣାରେ ସିପ୍‌ରେ ଥିବା ସମସ୍ତ ୨୨ ଜଣ କ୍ର‌୍ୟୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ପର୍ତ୍ତୁଗୀଜ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଜାହାଜରେ ଲାମ୍ବୋରଗିନି, ପୋର୍ସ, ଅଡି ଓ ଭକ୍ସୱାଗନ ଭଳି ଦାମୀ କାର ରହିଥିଲା।

୨୦୧୯ରେ ମଧ୍ୟ ସାମନ ଏକ ଘଟଣା ଘଟିଥିଲା ଆମରେକାରେ ଯେଉଁଥିରେ ୨ ହଜାରରୁ ଉର୍ଦ୍ଧ୍ୱ ବିଳାସପୂର୍ଣ୍ଣ କାର ଏହିଭଳି ସମୁଦ୍ରରେ ବୁଡି ଯାଇ ନଷ୍ଟ ହୋଇଥିଲା।