ପୁଲିସ ଇନଫରମର ସନ୍ଦେହରେ ମାଓବାଦୀଙ୍କ ଧମକ, ଭୟରେ ଗାଁ ଛାଡ଼ିଲେ ପରିବାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଅଞ୍ଚଳର ଏକ ପରିବାର ମାଓ ଆକ୍ରମଣ ଭୟରେ ଭିଟାମାଟି ଛାଡି ଥିବା ଜଣାଯାଇଛି। ଡାବୁଗୁଡା ଗ୍ରାମର ଗୋଟିଏ ପରିବାରର ୬ଜଣ ସଦସ୍ୟ ନିଜ ଘର ଛାଡି କୁଡୁମୁଲୁ ଗୁମ୍ମାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି । ମାଓ ଧମକ ପରେ ସେମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।

ପୂର୍ବରୁ ଡାବୁଗୁଡା ଠାରେ ହୋଇଥିବା ପୁଲିସ ମାଓବାଦୀ ଗୁଳିବିନିମୟରେ ଏହି ପରିବାର ପୁଲିସକୁ ମାଓବାଦୀଙ୍କ ସୂଚନା ଦେଇଥିବା ସନ୍ଦେହ କରି ମାଓବାଦୀ ଏହି ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।