କୁଆଖାଇ ନଦୀରୁ ଅଜଣା ଗଳିତ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର କୁଆଖାଇ ନଦୀର ବଙ୍କୁଲା ବ୍ରିଜ ତଳୁ ଆଜି ଏକ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ କିଛି ସ୍ଥାନୀୟ ଲୋକ ଆଜି ସକାଳେ ନଦୀକୁ ଗାଧୋଇବାକୁ ଆସିଥିବାବେଳେ ସେମାନେ ଏହି ଶବଟିକୁ ଦେଖିଥିଲେ। ପରେ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ଓ ବାଲିଅନ୍ତା ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ।

ସେହିପରି ମୃତକର ପରିଚୟ ମିଳିପାରିନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।