ରାମତରା ବେଳାଭୂମିରେ ଲାଗିଛି ଏକ ମୃତ ସାର୍କ

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନକଟରେ ଏକ ବିରାଟ ସାର୍କ ମାଛ କୂଳରେ ଲାଗିଛି। ମାଛଟି ମରି ଯାଇଛି। ନିକଟବର୍ତ୍ତୀ ଗାଁର ଲୋକମାନେ ବିରାଟ ସାର୍କ ମାଛକୁ ଦେଖିବାକୁ ଭିଡ଼ ଜମାଇଛନ୍ତି।

ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ। ଏହାର ଓଜନ ପ୍ରାୟ ୭ରୁ ୮ କୁଇଣ୍ଟାଲ ହେବ। ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲ ବିଭାଗ କର୍ମଚାରୀ ସମୁଦ୍ର ବେଳାଭୂମିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମୃତ ମାଛଟିକୁ ସମୁଦ୍ର ବାଲିରେ ଅଧା ପୋତି ହୋଇଥିବା ରହିଥିବା ଦେଖିବାକୁ ପାଇଥିଲେ। ଆଜି ସକାଳେ ତାକୁ ଉଦ୍ଧାର କରାଯାଇ ଦଉଡିରେ ବାନ୍ଧି ରଖାଯାଇଛି। ଜୁଆରରେ ମାଛଟି ସମୁଦ୍ର ଭିତରକୁ କାଳେ ଚାଲିଯିବ, ସେଥିପାଇଁ ମାଛଟିକୁ ଦଉଡିରେ ବାନ୍ଧି ରଖାଯାଇଥିବା କୁଜଙ୍ଗ ବନାଞ୍ଚଳ ରେଞ୍ଜ ଅଫିସର ରଞ୍ଜନ ମିଶ୍ର କହିଛନ୍ତି।

ସେ କହିଛନ୍ତି, ସାର୍କର ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସାର୍କର କେମତି ମୃତ୍ୟୁ ଘଟିଲା ସେନେଇ ସ୍ପଷ୍ଟ ହେବ। ସାର୍କ ମାଛର କଣ୍ଟାକୁ ରଖାଯିବ। କିନ୍ତୁ ତାହାର ମୃତଦେହକୁ କେମିକାଲ୍ସ ଦିଆଯାଇ ପୋତି ଦିଆଯିବ।