ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳରେ ଆଜି ଏକ ମୃତ ତିମି ମାଛର ଭାସୁଥିବା ଦେଖିବାକୁ ମିଳିଛି। ଏହି ମାଛର ଲମ୍ବ ଲମ୍ବ ପ୍ରାୟ ୩୦ ରୁ ୩୫ ଫୁଟ ରହିଥିବା ବେଳେ ତିମିଟି ପଚି ଯାଇଛି। ମୃତ ତିମିକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଜମିଛି। ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସମୁଦ୍ରରେ ଚଳାଚଳ କରୁଥିବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି। ଖବରପାଇ ବନବିଭାଗ ଅଧିକାରୀମାନେ ସେଠାକୁ ପହଞ୍ଚି ଉକ୍ତ ତିମିର ମୃତ ଦେହକୁ ପାଣିରୁ ଉଦ୍ଧାର କରିଛନ୍ତି।