ସାହାରାପଡ଼ା ବ୍ଲକରୁ ଏକ ଦମ୍ପତି କରୋନା ପଜିଟିଭ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହରାପଡ଼ା ବ୍ଲକ ସିଲିପଦା ସଙ୍ଗରୋଧ କେନ୍ଦ୍ରରୁ ଆଜି ଏକ ଦମ୍ପତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ଗତ ୧୯ ତାରିଖରେ ହାଇଦ୍ରାବାଦରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଉଭୟଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଓ ବିଡିଓ ପହଁଚି ସେମାନଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।