ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ

ଭବାନୀପାଟଣା,ଏନ୍ଏନ୍ଏସ୍: ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣଗ୍ରାମରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ଖୁଣ୍ଟରୁ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ କରୁଥିବାବେଳେ ହଠାତ୍‌ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଠିକା କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀ କୁର୍ଲୁଭଟ୍ଟା ଗ୍ରାମର କୃତୀ ନାଏକଙ୍କ ମୃତ୍ୟୁ ହୋଇଛି। ଏ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ତେବେ ଆଲୋଚନା କରି କମ୍ପାନୀ ପକ୍ଷରୁ ୫୦ହଜାର ଟଙ୍କା ଦେବା ଓ ବାକି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ବ୍ୟବସ୍ଥା କରାଯିବ ବୋଲି କହିବା ପରେ ଉତ୍ତେଜନା ହ୍ରାସ ପାଇଥିଲା।