ନର୍ସିଂ ହୋମରେ ମହିଳା ରୋଗୀଙ୍କୁ କର୍ମଚାରୀଙ୍କର ଦୁର୍ବ୍ୟବହାର

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପାଢ଼ୀ ହେଲଥ୍ କେୟାରରେ ଅଭାବନୀୟ ଘଟଣା। ଜଣେ ପ୍ରସୂତିଙ୍କୁ ନର୍ସିଂ ହୋମର କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ପାଢ଼ୀ ହେଲଥ୍ କେୟାରରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କରାଣ୍ଡିପୁର ଗ୍ରାମର ଜନୈକପ୍ରସୂତି ସେପ୍ଟେମ୍ବର ୧୭ରେ ପ୍ରସବ କରିବା ପାଇଁ ଆଡ଼ମିସନ୍ ହୋଇଥିଲେ। ସେହିପରି ୧୮ତାରିଖରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏ ନେଇ ସେ ହସ୍ପିଟାଲର ୩୦୪ନଂ ରୁମ୍‌ରେ ରହୁଥିଲେ। ତେବେ ୨୨ ତାରିଖ ରାତି ୧୦ଟାସମୟରେ ସେଠାରେ କାର୍ଯ୍ୟରତ କର୍ମଚାରୀ ମନୋଜ କୁମାର ସାହୁ ତାଙ୍କୁ ବଳାତ୍କାର ଉଦ୍ୟମ କରୁଥିବା ପରିବାର ଲୋକେ ଜାଣିବା

ପରେ, ଏ ନେଇ ପାଢ଼ୀ ହେଲଥ୍ କେୟାରର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାତ୍ର କୌଣସି ସୁଫଳ ହୋଇନଥିଲା। ପରେପୀଡ଼ିତାଙ୍କ ସ୍ୱାମୀ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଅଭିଯୁକ୍ତ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି।