ଆସନ୍ତା ୪ ତାରିଖରେ ଡ. ଏ ଚେଲା କୁମାରଙ୍କ ୨ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୪ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବେ ପରେ ସେହିଦିନ ଦିନ ୪ ଘଟିକାରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୫ ତାରିଖ ଦିନ ନୟାଗଡ଼ ଗସ୍ତ କରି ମୃତ ପରୀର ପରିବାରକୁ ଭେଟିବେ ଏବଂ ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ କଂଗ୍ରେସର ଆଗାମୀ ରଣନୀତି ନେଇ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।