ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ଜଳିଗଲା ବସ୍

କଟକ,ଏନ୍ଏନ୍ଏସ୍: କଟକ ବାଦାମବାଡିରେ ଏକ ଘରୋଇ ବସରେ ଅଚାନକ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଫଳରେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡ ସମୟରେ ବସରେ କୌଣସି ଯାତ୍ରୀ ଉପସ୍ଥିତ ନଥିଲେ।
ସୂଚନା ଅନୁସାରେ ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ଏକ ଘରୋଇ ବସ୍‌ ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ କିପରି ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଲିଭାଯାଇଛି।