ୱାର୍ଲ୍ଡ ଚେସ୍ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍

ମୁମ୍ବାଇ: ଋଷର ଦବଦବାକୁ ସମାପ୍ତ କରି ଚେସ୍ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବିଶ୍ୱନାଥନ ଆନନ୍ଦଙ୍କ ଜୀବନ ଉପରେ ଏକ ବାୟୋପିକ୍ ଫିଲ୍ମ ନିର୍ମାଣ ହେବ। ଫିଲ୍ମଟିକୁ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ନିର୍ଦ୍ଦେଶନା ଓ ପ୍ରଯୋଜନା କରିବେ ବୋଲି ସୂଚନା ମିଳିଛି। ଏଥିସହିତ ଫିଲ୍ମରେ ବିଶ୍ୱନାଥନଙ୍କ ଭୂମିକାରେ କିଏ ନଜର ଆସିବେ ସେନେଇ କିଛି ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଆକ୍ରମଣାତ୍ମକ ଅନ୍ଦାଜରେ ଚେସ୍ ଖେଳି ଦୁନିଆର ଅନେକ ପୀଢ଼ୀକୁ ଚେସ୍ ପ୍ରତି ଆକର୍ଷିତ କରିଥିବା ବିଶ୍ୱନାଥନ ଗତକାଲି ଚେନ୍ନାଇରେ ୫୧ତମ ଜନ୍ମଦିନ ପାଳନ କରିଛନ୍ତି। କିନ୍ତୁ ଫିଲ୍ମ ସମ୍ବନ୍ଧରେ ବିଶ୍ୱନାଥନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।