ପରିତ୍ୟକ୍ତ କୂଅରେ ପଡ଼ିଲା ଭାଲୁ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ବ୍ଲକର ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଭାଲୁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କିପରି ଉଦ୍ଧାର କରାଯିବ ତାହା ଅନୁଧ୍ୟାନ କରୁଛି। ମିଳିଥିବା ରିପୋର୍ଟ ମୁତାବିକ, ଦେଉଳା ଗ୍ରାମର ବିଭୀଷଣ ମାଳିଙ୍କ ପରିବା ବାଡ଼ରେ ଥିବା ଏକ ପରିତକ୍ତ କୂଅରେ ଭାଲୁଟି ପଡ଼ିଯାଇଥିଲା। ଦିନକୁଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ଭାଲୁ ହେଉଥିବାରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।