ବିନା ଶ୍ରଦ୍ଧାଳୁରେ କଟକରେ ଦୁର୍ଗାପୂଜାକୁ ଅନୁମତି

କଟକ,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ କଟକରେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷ ବିନା ଶ୍ରଦ୍ଧାଳୁରେ ବିଭିନ୍ନ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ମନ୍ଦିର ଭଳି ମଣ୍ଡପରେ ମା’ ଦୁର୍ଗା ପୂଜା ପାଇପାରିବେ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲୁ ବଜାର ପୂଜା କମିଟି ଦୁର୍ଗାପୂଜା ଆୟୋଜନକୁ ନେଇ ଗତକାଲି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଦୁର୍ଗାପୂଜାକୁ ନେଇ ହାଇକୋର୍ଟ କ’ଣ ରାୟ ଶୁଣାଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।