ନୂଆଦିଲ୍ଲୀ: ସେଞ୍ଚୁରିୟାନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୧୩ ରନରେ ହରାଇ ଇତିହାସ ରଚିଛି। ଭାରତ ଏସିଆର ପ୍ରଥମ ଦେଶ ଯିଏକି ସେଞ୍ଚୁରିୟାନରେ ବିଜୟ ହାସଲ କରିଛି। ଏଥିସହିତ ସେଞ୍ଚୁରିୟାନରେ ଏହା ହେଉଛି ଭାରତର ପ୍ରଥମ ବିଜୟ। ଆଉ ଏହି ମାଟିରେ ଦକ୍ଷିଣ ଆଫ୍ରିକାର ମୋଟ ତୃତୀୟ ପରାଜୟ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ଚତୁର୍ଥ ପାଳିରେ ଦକ୍ଷିଣ ଆଫ୍ରିକାକୁ ୩୦୫ ରନର ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପାଇଁ ଦ୍ୱିତୀୟ ପାଳିରେ ଜସପ୍ରୀତ ବୁମରାହ ଓ ମହମ୍ମଦ ସାମୀ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଅନ୍ୟପଟେ ରବିଚନ୍ଦ୍ରନ୍ ଅଶ୍ୱିନ ଓ ମହମ୍ମଦ ସାମୀ ୨ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ। ଏହି ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।