ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ଲଖନଊରେ ସାମ୍ବାଦିକ ସମ୍ମିଳନୀ କରିଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ କହିଛି ଯେ, ସବୁ ରାଜନୈତିକ ଦଳ ସମୟରେ ନିର୍ବାଚନ କରିବାକୁ ଚାହୁଁଛନ୍ତି। କିନ୍ତୁ କିଛି ରାଜନୈତିକ ଦଳ ଅଧିକ ରାଲିକୁ ବିରୋଧ କରୁଛନ୍ତି। ସୁବେରେ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୫ ପରେ ଆସିବ। ସେଥିପାଇଁ ନିର୍ବାଚନ ତାରିଖ ମଧ୍ୟ ଜାନୁଆରୀ ୫ ତାରିଖ ପରେ ଘୋଷଣା କରାଯିବ। ଏଥିସହିତ ଭୋଟିଂ ସମୟ ମଧ୍ୟ ୧ ଘଣ୍ଟା ବଢ଼ାଇ ସକାଳ ୮ଟାରୁ ସଂଧ୍ୟା ୬ଟା କରାଯାଇଛି।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ଅଧିକ ଜନବସତି ବିଶିଷ୍ଟ ଅଞ୍ଚଳରେ ବୁଥ୍ କରିବାକୁ ରାଜନୈତିକ ଦଳ ବିରୋଧ କରୁଛନ୍ତି। ରାଲିରେ କରୋନା ନିୟମକୁ ନେଇ ଆମେ ବି ଚିନ୍ତିତ ଅଛୁ। ସମସ୍ତ ପାର୍ଟି ସହ ମହିଳାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆଲୋଚନା କରାଯାଇଛି। ୟୁପରି ଏଥର ୫୨ ପ୍ରତିଶତ ନୂଆ ଭୋଟର ଭୋଟ ଦେବେ। ସମସ୍ତ ବୁଥରେ ଭିଭିପାଟ ମେସିନ ଲଗାଯିବ।