ଗୋଆରେ ଆଦିବାସୀ ମହିଳାଙ୍କ ସହ ଝୁମିଲେ ପ୍ରିୟଙ୍କା ଗାନ୍ଧୀ

ଗୋଆ: ଗୋଆ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗୋଆ ଗସ୍ତ କରିଛନ୍ତି। ଏହି ସମୟରେ ପ୍ରିୟଙ୍କା ସେଠାକାର ଆଦିବାସୀ ମହିଳାଙ୍କ ସହ ପାରମ୍ପରିକ ନୃତ୍ୟ ‘ମାଣ୍ଡ’ରେ ଭାଗ ନେଇଥିଲେ। ଉକ୍ତ ମହିଳାଙ୍କ ସହ ତାଙ୍କ ନୃତ୍ୟର ଏହି ଭିଡିଓକୁ କଂଗ୍ରେସର ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି।

ଏହି ଅବସରରେ ଏକ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀ ବର୍ଷିଛନ୍ତି। ଗୋଆର ବିକାଶରେ କଂଗ୍ରେସର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ମନେ ପକାଇଛନ୍ତି। ଏଥିସହିତ ନିର୍ବାଚନ ସମୟରେ ଦେଇଥିବା ବଡ଼ ବଡ଼ ପ୍ରତିଶ୍ରୁତିକୁ କ’ଣ ପାଇଁ ପୂରଣ କରାଯାଇନି ସେନେଇ ଉକ୍ତ ପାର୍ଟିକୁ ପ୍ରଶ୍ନ ପଚାରାଯିବା ନିହାତି ଜରୁରୀ ବୋଲି ପ୍ରିୟଙ୍କା କହିଛନ୍ତି।