ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ବାନ୍ଦୀପୋରାର ଗୁଲଶନ ଚୌକରେ ଆତଙ୍କବାଦୀମାନେ ପୁଲିସ ଉପରେ ଗୁଳି ଚାଳନା କରିଛନ୍ତି। ଫଳରେ ୨ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି। ଅନ୍ୟପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଟ୍ୱିଟ୍ କରି ଉକ୍ତ ଘଟଣାକୁ ନିନ୍ଦା କରିଛନ୍ତି।
ଜମ୍ମୁ-କଶ୍ମୀର ପୁଲିସ ମୁତାବକ, ମହମ୍ମଦ ସୁଲତାନ ଓ ଫୈୟାଜ ଅହମ୍ମଦ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।