ସ୍ୱାଭିମାନ ଅଞ୍ଚଳ ଘନବେଢାରେ ପ୍ରତିଷ୍ଠା ହେଲା ବିଏସ୍‌ଏଫ୍ କ୍ୟାମ୍ପ

ମାଲକାନଗିରି,ଏନ୍ଏନ୍ଏସ୍: ସ୍ୱାଭିମାନ ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ପଣସପଟୁ ପଞ୍ଚାୟତ ଅନ୍ତର୍ଗତ ଘନବେଢା ଠାରେ ଏକ ନୂତନ ବିଏସଏଫ କ୍ୟାମ୍ପ ସ୍ଥାପନା ହୋଇଛି। ଓଡ଼ିଶା ସିମାନ୍ତରେ ମାଓବାଦୀଙ୍କ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଏଥିରେ ରୋକ ଲଗାଇବାକୁ ଏହି କ୍ୟାମ୍ପ ସ୍ଥାପନା କରାଯାଇଛି। ବିଏସ୍‌ଏଫ ଡିଆଇଜି ସଞ୍ଜୟ କୁମାର ସିଂ, ମାଲାକାନଗିରି ଏସ୍‌ପି ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଘନବେଢା ଅଞ୍ଚଳରେ ତ୍ରିରଙ୍ଗା ଉଡାଇଛି ବିଏସ୍‌ଏଫ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୁଲିସ ଏବଂ ସୀମା ସୁରକ୍ଷା ବାହିନୀକୁ ଘନବେଡା ଠାରେ ଏକ କ୍ୟାମ୍ପ ପ୍ରତିଷ୍ଠା କରିବା ସହ ମାଓବାଦୀ ଦୁର୍ଗ ସ୍ୱାଭିମାନ ଅଞ୍ଚଳରେ କ୍ୟାମ୍ପ ସ୍ଥାପନା କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ ବାମପନ୍ଥୀ ହୃଦୟରେ ଉପସ୍ଥିତିର ସମ୍ପ୍ରସାରଣ ଲୋକଙ୍କୁ ଅଧିକ ଆଶ୍ୱାସନା ଦେବ ଏବଂ ଏହି ଅଞ୍ଚଳର ଦ୍ରୁତ ବିକାଶକୁ ସହଜ କରିବ।

ପ୍ରବଳ ବର୍ଷା ସତ୍ତ୍ୱେ ବିଏସଏଫ ଡିଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଏସପି ପ୍ରହ୍ଲାଦ ସାଇ ମୀନା, ବିଏସଏଫ କମାଣ୍ଡର ଆରଏସ ମିନିଜ, ଡେପୁଟି କମାଣ୍ଡାଣ୍ଟ ଏ.କେ ଆନ୍ଥୋନୀ, ଚିତ୍ରାକୋଣ୍ଡା ଏସଡିପିଓ ଅନସୁମାନ ଦ୍ୱିବେଦୀଙ୍କ ଉପସ୍ଥିତିରେ ଶିବିରର ପାରିପାର୍ଶ୍ୱିକ ଚିହ୍ନଟ କରାଯାଇଥିଲା। ଏହି କ୍ୟାମ୍ପ ସ୍ଥାପନା ଅବସରରେ ଘନବେଢା ଏବଂ ନିକଟସ୍ଥ ଗ୍ରାମର ଜନସାଧାରଣଙ୍କ ଲାଗି ଜନସିବିର ଆୟୋଜିତ ହୋଇଥିଲା। ବିଏସ୍‌ଏଫ ଡିଆଇଜି ଏବଂ ଏସ୍‌ପି ଲୋକଙ୍କୁ କମ୍ବଳ,ପିଲାଙ୍କ ସ୍କୁଲ୍‌ବ୍ୟାଗ୍ ଓ ପାଣି ବୋତଲ ବଣ୍ଟନ କରିଥିଲେ।