ଦିଲ୍ଲୀ-ଡେରାଡୁନ ଇକୋନୋମିକ୍ କରିଡରର ଶିଳାନ୍ୟାସ

ଡେରାଡୁନ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରାଖଣ୍ଡର ଡେରାଡୁନଠାରେ ୧୮,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କରିଡରରେ ମୋଟ ୧୧ଟି ପ୍ରକଳ୍ପ ନିର୍ମାଣ କରାଯିବ। ଏଥିମଧ୍ୟରେ ୮୩୦୦ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଦିଲ୍ଲୀ-ଡେରାଡୁନ ଇକୋନୋମିକ୍ କରିଡର ଅନ୍ୟତମ। ଏହି କରିଡର ନିର୍ମିତ ହେଲେ ଦିଲ୍ଲୀ-ଡେରାଡୁନ ଯାତ୍ରା ସମୟ ୬ ଘଣ୍ଟାରୁ ୨.୩୦ ଘଣ୍ଟାକୁ ହ୍ରାସ ପାଇବ।

ଏଥିସହିତ ହରିଦ୍ୱାର, ମୁଜାଫରନଗର, ସାମ୍‌ଲି, ଯମୁନାନଗର, ବାଗପତ୍‌, ମିରଟ ଓ ବାରାଉତ୍ ସହରଗୁଡିକ ଅନ୍ୟ ପ୍ରାନ୍ତ ସହ ସଂଯୋଗ ହୋଇପାରିବ। ଡେରାଡୁନର କାଳୀ ମନ୍ଦିର ନିକଟରେ ୩୪୦ ମିଟର ଲମ୍ବ ସୁଡଙ୍ଗ ନିର୍ମାଣ କରାଗଲେ ବନ୍ୟପ୍ରାଣୀଙ୍କ ଚଳପ୍ରଚଳରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି।