ନୂଆଦିଲ୍ଲୀ: କରୋନାର ନୂଆ ଭେରିଏଣ୍ଟ ଓମିକ୍ରୋନ୍ ବିପଦକୁ ଦୃଷ୍ଟିରେ ରଖି ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଉଡ଼ାଣ ସେବାକୁ ରୋକି ଦିଆଯାଇଛି। ଆଉ ବିମାନ ଚଳାଚଳ କେବେଠୁ ଆରମ୍ଭ ହେବ ତାହା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଏନେଇ ନଗର ବିମାନ ମହାନିର୍ଦ୍ଦେଶାଳୟ(ଡୀଜୀସିଏ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଭାରତ ଯା’ଆସ କରୁଥିବା ସବୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣକୁ କରୋନା ମହାମାରୀ କାରଣରୁ ୨୦୨୦ ମାର୍ଚ୍ଚ ୨୩ରୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଗତ ବର୍ଷ ଜୁଲାଇରୁ ପ୍ରାୟ ୨୮ ଦେଶ ସହିତ ଏୟର ବବଲ ଚୁକ୍ତି ଅନ୍ତର୍ଗତ ବିଶେଷ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ଉଡ଼ାଣ ସଞ୍ଚାଳିତ ହେଉଛି।