ବେଙ୍ଗାଲୁରୁ,ଏଜେନ୍ସି: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଜଣ ବ୍ୟକ୍ତି ବେଙ୍ଗାଲୁରୁ ବିମାନ ବନ୍ଦରରେ ଅବତରଣ କରିବା ପରେ ସେମାନଙ୍କ କୋଭିଡ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କଠାରେ ଚିହ୍ନଟ ହୋଇଥିବା ଭୂତାଣୁ ଡେଲଟା ଭାରିଆଣ୍ଟ ଭୂତାଣୁ ଠାରୁ ସାମାନ୍ୟ ଅଲଗା ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡ. କେ ସୁଧାକର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଆଜି ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ କହିଛନ୍ତି। ଏଥିସହ କରୋନା ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୩୧୫ଟି ନୂଆ କୋଭିଡ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି।