ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ରାଜ୍ୟର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଡିିସେମ୍ବର ୧ରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୀଡିୟାଟ୍ରିକ ଟାସ୍କ ଫୋର୍ସ ସବୁଜ ସଙ୍କେତ ଦେଖାଇବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହମତିରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫଳରେ ଦୀର୍ଘ ୨୦ ମାସ ପରେ ମହାରାଷ୍ଟ୍ରରେ ସ୍କୁଲ ଖୋଲିବାକୁ ଯାଉଛି। କିନ୍ତୁ ସ୍କୁଲ ପ୍ରଶାସନକୁ ନିର୍ଦ୍ଧାରିତ ଗାଇଡଲାଇନ ପାଳନ କରିବାକୁ ପଡ଼ିବ ବୋଲି ସରକାର ସ୍ପଷ୍ଟ କରି ଦେଇଛନ୍ତି।
ଡିସେମ୍ବର ୧ରୁ ଗ୍ରାମୀଣ କ୍ଷେତ୍ରରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଏବଂ ସହରାଞ୍ଚଳରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲାଯିବ ବୋଲି ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାୟକୱାଡ ସୂଚନା ଦେଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଡିସେମ୍ବରରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି କିନ୍ତୁ ଏହାର ପ୍ରଭାବ ପଡ଼ିବ ନାହିଁ।