କୁଆଁପାଳ,ଏନ୍ଏନ୍ଏସ୍: ସରକାରୀ ଦଳର ନେତାଙ୍କ ପ୍ରରୋଚନାରେ ବାରମ୍ବାର ଜାତୀୟ କଂଗ୍ରେସ ଦଳ ନାମରେ ସମାନ୍ତରାଳ ବୈଠକ ଓ ଅନ୍ୟାନ୍ୟ ବିଶୃଙ୍ଖଳିତ ଆଚରଣ କାର୍ଯ୍ୟକ୍ରମ କରି ସର୍ବସାଧାରଣରେ କଂଗ୍ରେସ ଦଳର କର୍ମୀ ଓ କର୍ମକର୍ତ୍ତାମାନଙ୍କୁ ଦ୍ୱନ୍ଦ୍ୱରେ ରଖିବାକୁ ଅପଚେଷ୍ଟା କରୁଥିବା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାସଙ୍କୁ ଦଳୀୟ ବିଶୃଙ୍ଖଳା କାର୍ଯ୍ୟକ୍ରମ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ଦାସଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି।
କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ରଞ୍ଜନ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିବା ସହ ଶ୍ରୀ ଦାସଙ୍କୁ କାର୍ଯ୍ୟାଳୟ ପକ୍ଷରୁ ବହିଷ୍କାର ସମ୍ବନ୍ଧୀୟ ଚିଠି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରାଯାଇଛି।