କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀ, ୪୦୦ କୋଟି ଟଙ୍କାର ପ୍ରକଳ୍ପ କରିବେ ଲୋକାର୍ପଣ

ନୂଆଦିଲ୍ଲୀ/ଡେରାଡୁନ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେଦାରନାଥରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ କେଦାରନାଥଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ବଡ଼ଧରଣର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ସରସ୍ବତୀ ଘାଟ ଓ ଆସ୍ଥା ପଥର ନିର୍ମାଣର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ୪୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସେହିପରି ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧୀ ଲୋକାର୍ପଣ କରିବା ସହ ପ୍ରତିମା ଉନ୍ମୋଚନ କରିବେ। ମୋଦୀ କେଦାରନାଥରେ ପ୍ରାୟ ୩ ଘଣ୍ଟା ସମୟ ରହିବେ।

ସୂଚନାଯୋଗ୍ୟ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ସମାଧୀସ୍ଥଳ ୨୦୧୩ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିଲା। ମୋଦୀଙ୍କ କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯିବ। ଦେଶବ୍ୟାପୀ ଶିବାଳୟ, ଜ୍ୟୋର୍ତିଲିଙ୍ଗ, ଶଙ୍କରାଚାର୍ଯ୍ୟଙ୍କ ମଠ ଓ ଜନ୍ମସ୍ଥଳୀ କେଦାରନାଥ ସହିତ ଜଡ଼ିତ ରହିବ। ମୋଦୀଙ୍କ ଗସ୍ତ ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ କେଦାରନ ପୀଠକୁ ଫୁଲ ଓ ଆଲୋକରେ ସଜାଯାଇଛି।

ମୋଦୀଙ୍କ ଗସ୍ତ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବୁଧବାର କେଦାରନାଥ ଗସ୍ତ କରିଥିଲେ। ସେ ଭଗବାନ ଶିବଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏଥି ସହିତ ସେ ମନ୍ତ୍ରିମଣ୍ଡଳର ଅନ୍ୟ ସହଯୋଗୀ ହରକ ସିଂହ ରାୱତ ଓ ସୁବୋଧ ଉନିୟାଲଙ୍କ ସହିତ ଏଠାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେମାନେ ଦେବସ୍ଥାନମ ବୋର୍ଡ ଭଙ୍ଗ ଦାବି କରୁଥିବା ତୀର୍ଥ ପୁରୋହିତ ଓ ପଣ୍ଡା ସମାଜର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ।