ହନିଟ୍ରାପ୍ ରାକେଟରେ ୩ରାଜ୍ୟର ଲିଙ୍କ୍, ମିଳିଲା ହଜାରେ ଭିଭିଆଇପିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଶ- ବିଦେଶ By Nitidin On Sep 26, 2019 Share ଭୋପାଳ : ହନିଟ୍ରାପ ରାକେଟ୍ ମଧ୍ୟପ୍ରଦେଶରେ ପଦାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏହି ଘଟଣା ପରେ ବହୁ ବରିଷ୍ଠ ଅଧିକାରୀ, ରାଜନେତାଙ୍କ ନିଦ ହଜାଇ ଦେଇଛି। ଏହି ମାମଲା ଯଦି ପର୍ଦ୍ଦାଫାଶ ହୁଏ, ତେବେ ମଧ୍ୟପ୍ରଦେଶ ରାଜନୀତିରେ ନିଶ୍ଚିତ ତୁମ୍ବି ତେଫାନ ସୃଷ୍ଟି କରିବ। ଦେଶର ସବୁଠୁ ବଡ଼ ବ୍ଲାକମେଲିଂ ସେକ୍ସ ସ୍କାଣ୍ଡାଲ କୁହାଯାଉଥିବା ଏହି ମାମଲର ୪୦୦୦ରୁ ଊର୍ଦ୍ଧ୍ବ ଫାଇଲ ତଦନ୍ତକାରୀ ସଂସ୍ଥାର ହାତରେ ଲାଗିଛି। ହନିଟ୍ରାପ ର୍ୟାକେଟରେ ୫ ଜଣ ଅଭିଯୁକ୍ତଙ୍କ ସହ ଗିରଫ ୧୮ ବର୍ଷୀୟା ମୋନିକା ଯାଦବ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଯାଇଛି। ମୋନିକା ଏବେ ଏହି ମାମଲାରେ ମୁଖ୍ୟ ସାକ୍ଷୀ ହେବ। କୁହାଯାଉଛି ଖୁବଶୀଘ୍ର ଏହି ମାମଲା ଉପରୁ ପରଦା ହଟିବ। ମଧ୍ୟପ୍ରଦେଶ ପୁଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ର୍ୟାକେଟର ସଦସ୍ୟଙ୍କ ମୋବାଇଲ ଫୋନରୁ ୧୦୦୦ରୁ ଊର୍ଦ୍ଧ୍ବ ଭିଡ଼ିଓ ପାଇଛି। ଏହିସବୁ ଭିଡିଓକୁ ଯାଞ୍ଚ କରାଯାଉଛି ବୋଲି ସୂଚନା ଦିଆଯାଇଛି। ଏହି ର୍ୟାକେଟରେ ଭିଆଇପି ଲୋକଙ୍କ ଆଗରେ ସୁନ୍ଦରୀ ଯୁବତୀଙ୍କୁ ଚାରା ଭଳି ବ୍ୟବହାର କରାଯାଉଥିଲା। ପରେ ଟ୍ରାପରେ ପଡିଥିବା ଭିଆଇପିଙ୍କୁ ବ୍ଲାକ ମେଲ କରି ଟଙ୍କା ଆଦାୟ କରିବା ସହ ବଡ଼ ବଡ଼ ସରକାରୀ କ୍ରଣ୍ଟାକ୍ଟ ବି ହାସଲ କରାଯାଉଥିଲା। ଏହି ହନିଟ୍ରାପ ନେଟୱାର୍କ ମଧ୍ୟପ୍ରଦେଶ ସମେତ ଛତିଶଗଡ଼ ଏବଂ ମହାରାଷ୍ଟ୍ରକୁ ଲମ୍ବିଛି। ପୁଲିସ୍ ଦାବି କରିଛି ଯେ ହନିଟ୍ରାପରେ ୫୦ରୁ ଊର୍ଦ୍ଧ୍ବ ରାଜନେତା ଓ ବରିଷ୍ଠ ଅଧିକାରୀ ଫସିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମର ଇଂଜିନିୟର ହରଭଜନ ସିଂହ ପୁଲିସ୍ ଆଗରେ ହନିଟ୍ରାପ ସଦସ୍ୟଙ୍କ ଦ୍ୱାରା ବ୍ଲାକମେଲର ଶିକାର ହେଉଥିବା ଅଭିଯୋଗ କରିବା ପରେ ଏହି ର୍ୟାକେଟ ପଦାକୁ ଆସିଛି। ର୍ୟାକେଟର ସଦସ୍ୟମାନେ ହରଭଜନଙ୍କୁ ୩ କୋଟି ଟଙ୍କା ମାଗୁଥିଲେ। ଶେଷରେ ହରଭଜନ ଇନ୍ଦୋର ନଗର ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏବେ ଏହି ମାମଲାର ତଦନ୍ତ ଭାର ଏସଆଇଟି ନିଜ ହାତକୁ ନେଇଛି। Share