ଲଞ୍ଚ ହେଲା ଭାରତ ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’

ଚେନ୍ନାଇ,ଏଜେନ୍ସି: ଭାରତ ନିଜର ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଲଞ୍ଚ କରିଛି। ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ସମୁଦ୍ରର ଗଭୀରତା ଅନୁସନ୍ଧାନରେ ନିୟୋଜିତ ଅନ୍ୟ ୬ଟି ଦେଶରେ ଯୋଗଦେଇ ଭାରତ ନିଜର ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଆରମ୍ଭ କରିଛି।

ଏହି ମିଶନ ଆରମ୍ଭ କରିବାବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ଭାରତ ବହୁତ ଅଗ୍ରଗତି କରିଛି। ଯେତେବେଳେ ଜଣେ ଭାରତୀୟ ଗଗନାୟନ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମହାକାଶ ଯାତ୍ରା ଆରମ୍ଭ କରିବେ, ସେତେବେଳେ ଅନ୍ୟ ଜଣେ ଗଭୀର ସମୁଦ୍ର ଯାତ୍ରା ମଧ୍ୟ କରିପାରିବ। ଏହା ହେଉଛି ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଅଗ୍ରଗତିର ଉଦାହରଣ।

ଚେନ୍ନାଇରେ ଭାରତର ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଆରମ୍ଭ କରିଛି। ସିଂ ଟୁଇଟ କରି କହିଛନ୍ତି ଯେ, ଏହି ମାନବ ମହାସାଗର ମିଶନ ମାଧ୍ୟମରେ ଭାରତ ସମୁଦ୍ର ସମ୍ବଳରୁ ପାନୀୟ ଜଳ, ସ୍ୱଚ୍ଛ ଶକ୍ତି ଏବଂ ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି କରିପାରିବ। ଏହି ‘ସମୁଦ୍ରାୟନ’ ପ୍ରୋଜେକ୍ଟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକ୍ନୋଲୋଜି ୬ ହଜାର କୋଟି ବ୍ୟୟରେ ପ୍ରସ୍ତୁତ କରିଛି।