ପୋପ୍ ଫ୍ରାନ୍ସିସଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭେଟିକନ ପହଂଚିବା ପରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଛନ୍ତି। ଏହି ସମୟରେ ମୋଦୀ ଓ ପୋପ୍ କରୋନା, ସାମାନ୍ୟ ବୈଶ୍ୱିକ ପରିଦୃଶ୍ୟ, ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ନେଇ ଆଲୋଚନା କରିଥିଲେ। ଏଥିସହିତ ପୋପ ଫ୍ରାନ୍ସିସଙ୍କୁ ଭାରତ ଆସିବାକୁ ମୋଦୀ ଆମନ୍ତ୍ରଣ କରିଛନ୍ତି। ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କ ସହ ଫ୍ରାନ୍ସିସ ୨୦୧୩ରେ ପୋପ୍ ହେବା ପରେ ଭେଟିଛନ୍ତି। ଭେଟିକନରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରତିରକ୍ଷା ମନ୍ତ୍ରୀ ଏସ୍.ଜୟଶଙ୍କର ମୋଦୀଙ୍କ ସହ ଉପସ୍ଥିତ ଥିଲେ। ମୋଦୀ ଭେଟିକନ ସିଟିର ବୈଦେଶିକ ମନ୍ତ୍ରୀ କାର୍ଡିନଲ ପିଏତ୍ରୋ ପାରୋଲିନଙ୍କୁ ମଧ୍ୟ ଭେଟିଥିବା ନେଇ ସୂଚନା ମିଳିଛି।