ଦିଲ୍ଲୀରେ ନଭେମ୍ବର ୧ରୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଦିଲ୍ଲୀବାସୀଙ୍କୁ କଟକଣାରୁ ସମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ନେଇ କେଜ୍ରିୱାଲ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫଳରେ ନଭେମ୍ବର ୧ରୁ ଦିଲ୍ଲୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଦିଲ୍ଲୀର ସବୁ ସ୍କୁଲ ଓ କଲେଜ ସମସ୍ତଙ୍କ ପାଇଁ ଖୋଲା ହେବ। ପୂର୍ଣ୍ଣ କ୍ଷମତା ସହ ସିନେମା ଘର ଖୋଲିବ। ସବୁଠୁ ବଡ଼ ପରିବର୍ତ୍ତନ ଭାବେ ସାପ୍ତାହିକ ବଜାର ଖୋଲିବ। ଏଥିସହିତ ବିବାହ ଉତ୍ସବରେ ୨୦୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।