କରୋନା ସମୟରେ ରୁଜୁ ହୋଇଥିବା ୩ ଲକ୍ଷ ମାମଲା ଫେରାଇ ନେବେ ଉତ୍ତର ପ୍ରଦେଶ ସରକାର

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ କରୋନାକୁ ନିୟନ୍ତ୍ରିତ କରିବା ଲାଗି ପ୍ରଶାସନ କଠୋର ଦେଖାଯାଇଥିଲା ଏବଂ ରାଜ୍ୟରେ ମହାମାରୀକୁ ନୟନ୍ତ୍ରଣକୁ ଅଣାଯାଇପାରିଥିଲା। ଏହି ସମୟରେ କରୋନା ନିୟମ ଉଲ୍ଲଂଘନକୁ ନେଇ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ। ଏବେ ରାଜ୍ୟ ସରକାର ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ ସରକାର କରୋନା ଗାଇଡଲାଇନ ଓ ଲକଡାଉନ ନିୟମ ଉଲ୍ଲଂଘନ ସଂପର୍କିତ ସାଧାରଣ ଜନତାଙ୍କ ବିରୋଧରେ ୩ ଲକ୍ଷରୁ ଅଧିକ ମାମଲା ପ୍ରତ୍ୟାହାର କରିବାକୁ ଆଦେଶ ଜାରି କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ ମହମାରୀ ରୋଗ ଆଇନ, ଆଇପିସି ଧାରା ୧୮୮ ଓ ଅନ୍ୟ କମ ଗୁରୁତର ଧାରା ଅନୁସାରେ ଏହି ମାମଲା ଗୁଡ଼ିକ ଫେରାଇ ନିଆଯିବ।

ରାଜ୍ୟର ପ୍ରମୁଖ ସଚିବଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ, ଏହିପରି ମାମଲା ଫେରାଇ ନେବା ଦ୍ୱାରା ଲୋକଙ୍କୁ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ। ଅଦାଲତର ମଧ୍ୟ ସମୟ ରହିବ। ମାତ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ, ବର୍ତ୍ତମାନ ପୂର୍ବତନ ବିଧାୟକ, ସାଂସଦ ଓ ଏମଏଲସିଙ୍କ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯିବ ନାହିଁ।