ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଏନସିବି ଜୋନାଲ ଡାୟରେକ୍ଟର ସମୀର ୱ।।ଙ୍ଖଡେ ଆଜି ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ହାଜର ହୋଇ ୨ଟି ସତ୍ୟପାଠ ଦାଖଲ କରିଛନ୍ତି। ସମୀର କହିଛନ୍ତି ଯେ, ମୋତେ ଧମକ ଦିଆଯାଉଛି ଏବଂ ଯାଞ୍ଚକୁ ପ୍ରଭାବିତ କରିବାକୁ ଚେଷ୍ଟା ଜାରି ରହିଛି। ମୋ ଭଉଣୀ ଓ ମୃତ ମା’ଙ୍କୁ ଟାର୍ଗେଟ କରାଯାଉଛି। ମୁଁ ସମସ୍ତ ପ୍ରକାର ଯାଞ୍ଚ ପାଇଁ ପ୍ରସ୍ତୁତ ଅଛି।
ସୂଚନାଯୋଗ୍ୟ, ଦିନକ ପୂର୍ବରୁ ସମୀର ୱାଙ୍ଖଡେ ମୁମ୍ବାଇ ପୁଲିସ କମିଶନରଙ୍କୁ ଚିଠି ଲେଖି ତାଙ୍କୁ ଫସା ଯାଉଥିବା ନେଇ ଆଶଙ୍କା ଜାହିର କରିଥିଲେ। ତାଙ୍କୁ ସତର୍କତା ସମ୍ବନ୍ଧୀୟ ମାମଲାରେ ଫସାଇବା ପାଇଁ ଯୋଜନାବଦ୍ଧ ଉପରେ ଜାଲ ବିଛା ଯାଉଛି ବୋଲି ମଧ୍ୟ ଚିଠିରେ ଲେଖିଥିଲେ ।