ଶିମଲା,ଏଜେନ୍ସି: ଉତ୍ତର ଭାରତର ଅନେକ ଅଞ୍ଚଳରେ ତୁଷାରପାତ ଆରମ୍ଭ ହୋଇଯାଇଛି। ଫଳରେ ଲୋକଙ୍କର ଅସୁବିଧା ବଢ଼ିଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଭୂସ୍ଖଳନଜନିତ ଅଧିକ ଖବର ଆସୁଛି। ରବିବାର ଶିମଲାର ଜଙ୍ଗଲ ରାସ୍ତାରେ ୧୩ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ପ୍ରବଳ ତୁଷାରପାତ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମାତ୍ର ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏହା ପୂର୍ବରୁ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ତୁଷାରପାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଖରାପ ପାଗ ଯୋଗୁଁ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ଦକ୍ଷିଣ କଶ୍ମୀରର ଏହି ଜିଲ୍ଲାର ସିନଥାନନ ଦର୍ରାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।