କଳାହାଣ୍ଡି,ଏନ୍ଏନ୍ଏସ୍: ମମିତା ମେହେର ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ପୁଲିସ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି। ଭୋର ୪ଟା ୧୫ରେ ମହାଲିଙ୍ଗ ଖେଳ ପଡିଆରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ କୁସଲକର ନୀତିନ ଡାଗଡୁଙ୍କ ଉପସ୍ଥିତିରେ ଅଭିଯୁକ୍ତ ଗୋବିନ୍ଦ ସାହୁର କ୍ରାଇମ୍ ସିନ୍ ରିକ୍ରେଏସନ କରାଇଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଭୋରରୁ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମହାଲିଙ୍ଗ ଅଣାଯାଇଥିଲା। ମହାଲିଙ୍ଗ, ଚାନ୍ଧୋତରା, କୁରସୁଡରେ ଅଭିଯୁକ୍ତର କ୍ରାଇମ୍ ରିକ୍ରେଏସନ କରାଯାଇଥିଲା। ବର୍ତ୍ତମାନ ମୃତଦେହ ଉଦ୍ଧାର ସ୍ଥାନରେ ଫୋରନସିକର ୩ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି। ସକାଳୁ ଲୋକ ଉଠିବା ପୂର୍ବରୁ ପୁଲିସ କ୍ରାଇମ୍ ରିକ୍ରିଏସନ ସାରି ସିନ୍ଧେକେଲା ଥାନା ନେଇଛି।
ସେପଟେ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛି ପୁଲିସ। ମୁଖ୍ୟ ଅଭିଯୋଗ ସହ ତଥ୍ୟକୁ ନଷ୍ଟ କରିବାରେ ସାମିଲ ଥିଲେ ରାଧେ ଓ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ କୋର୍ଟରେ ପ୍ରମାଣ କରିବା ପାଇଁ ଯାହା ତଥ୍ୟ ଆବଶ୍ୟକ ତାହା ବର୍ତ୍ତମାନ ଯୋଗାଡ଼ କରଯାଉଛି। ଅତି ଶୀଘ୍ର ଚାର୍ଜସିଟ ପ୍ରସ୍ତୁତ କରିବା ସହ କୋର୍ଟରେ ଦାଖଲ କରାଯିବ। ଏନେଇ ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି।